Tuesday, August 4, 2015

Jagannath: the Meaning (ଶ୍ରୀଜଗନ୍ନାଥ ନାମ ମାହାତ୍ମ୍ୟ)

ଶ୍ରୀଜଗନ୍ନାଥ ନାମ ମାହାତ୍ମ୍ୟ

ଦାରୁବ୍ରହ୍ମ ପୁରୁଷୋତ୍ତମଙ୍କ ଅସଂଖ୍ୟ ନାମ ମଧ୍ୟରୁ ଶ୍ରୀଜଗନ୍ନାଥ ନାମଟିର ସାତନ୍ତ୍ର୍ୟ, ବୈଶିଷ୍ଟ, ମୂଲ୍ୟବୋଧ, ଓ ମହନୀୟତା ଅବର୍ଣ୍ଣନୀୟଏହି ନାମଟିର ସ୍ମରଣ, ମନନଉଚ୍ଚାରଣ ମାତ୍ରେ ଭାବ ମହାଭାବରେ ରୂପାନ୍ତରିତ ହୋଇଯାଏ, ପ୍ରାଣ ଉଦ୍ବେଳିତ ହୋଇଉଠେ, ହୃଦୟରେ ବ୍ୟାକୁଳତା ଜାଗିଉଠେ ଏବଂ ଭକ୍ତର ନୟନ ତାଙ୍କ ଦର୍ଶନ ନିମିତ୍ତ ଅଧୀର ହୁଏଶ୍ରୀଜଗନ୍ନାଥ ଶବ୍ଦର ପ୍ରତ୍ୟେକ ଅକ୍ଷରର ମଧ୍ୟ ସ୍ୱତନ୍ତ୍ର ମାହାତ୍ମ୍ୟ ରହିଛି !

ଶ୍ରୀ – ‘ଶ୍ରୀ’ର ଅର୍ଥ ଲକ୍ଷ୍ମୀ, ଐଶ୍ୱର୍ଯ୍ୟ, ବିଭବ, ଆଲୋକସେ ଭକ୍ତି, ପ୍ରୀତିଶୋଭା ପ୍ରଦାୟିନୀ ଶକ୍ତିସେ ଜଗନ୍ମୟ ଜ୍ୟୋତି ସ୍ୱରୂପ, ସେ ସର୍ବ ପ୍ରକାଶ୍ୟ, ସେ ହିଁ ପଥ ପ୍ରଦର୍ଶକ

– ‘ଜ’ର ଅର୍ଥ ଉତ୍ପତ୍ତି, ବିଷ୍ଣୁ, ପିତାମାତା, ତେଜଃସକଳ ସୃଷ୍ଟିର କାରଣ ହେଉଛନ୍ତି ଭଗବାନ ଜଗନ୍ନାଥସର୍ବ ଦେବତା ତାଙ୍କଠାରୁ ସୃଷ୍ଟିସେ ବେଦ, ମନ୍ତ୍ର, ଯୋଗ, ଜ୍ଞାନ ଆଦିର ଉତ୍ପତ୍ତିସ୍ଥଳସେ ହିଁ ଆରାଧ୍ୟ ଦେବତା ବିଷ୍ଣୁ, ସେ ହେଉଛନ୍ତି ସକଳ ପ୍ରାଣୀ ଜଗତର ପିତାମାତାସେ ସଂସାରର ସର୍ବକାରିଣୀ ଶକ୍ତିରୂପେ ବିଦ୍ୟମାନ

– ‘ଗ’ର ଅର୍ଥ ଗଗନ, ସ୍ୱର୍ଗ, ଗୁରୁଅର୍ଥାତ୍ ସେ ହେଉଛନ୍ତି ଅନନ୍ତ, ସାଗର ପରି ଗଭୀର, ଗୋଲାପ ପରି କୋମଳସେ ସମସ୍ତଙ୍କର ଗୁରୁ, ତାଙ୍କର ଶ୍ରୀଚରଣ ତଳେ ଆଶ୍ରୟ ପାଇବା ସମସ୍ତଙ୍କର କାମ୍ୟ

ନ୍ନା(ନ) – ‘ନ’ ର ଅର୍ଥ ନିରାକାର, ନିର୍ବିକାର, ଅବିନାଶୀ, ସ୍ଥାନାତୀତ, ନିର୍ମାୟା, ନିରୀହ, ନିର୍ମଳନିରାକାର, ନିର୍ଗୁଣ, ନିତ୍ୟ, ଅବିନାଶୀ ପରମାତ୍ମା ପରମେଶ୍ୱରଙ୍କର ସାକାର, ସଗୁଣ ସ୍ୱରୂପ ହିଁ ଶ୍ରୀଜଗନ୍ନାଥ


– ‘ଥ’ର ଅର୍ଥ ପର୍ବତ, ଭୟତ୍ରାତା, ମଙ୍ଗଳ, ରକ୍ଷଣସେ ଅଜେୟ, ଅନାଥର ନାଥ, ଭୟ ନାଶକ, ସର୍ବ ମଙ୍ଗଳକାରକସେ ଦ୍ରୌପଦୀଙ୍କର ମାନ ରକ୍ଷଣ, ଗଜ ଉଦ୍ଧାରଣ ପରି ସମସ୍ତଙ୍କର ଦୁଃଖ ଦୂର କରନ୍ତି
Jagannath - The Name

No comments: